Horror story "ରକ୍ତ ପିଶାଚ"(ଭାଗ-1)

                                                          "ରକ୍ତ ପିଶାଚ"  ଭାଗ-1

                                                   ....................................................


ମୁଖ୍ୟତଃ ଭୂତ , ପିଶାଚ , ପ୍ରେତାତ୍ମା, ଡାହାଣୀ ଆଦି କୁ କେହି ବିଶ୍ବାସ କରନ୍ତି ନାହିଁ , କାରଣ ଏମାନଙ୍କର ବାସ୍ତବତା କେହି ଉପଲବ୍ଧି କରିନାହାନ୍ତି । ବହୁତ୍ କମ୍ ଲୋକ ଏପରି ଲୋମ ହର୍ଷକ, ଭୟାନକ ପରିସ୍ଥିତି ର ସମ୍ମୁଖୀନ ହୋଇଥାନ୍ତି। ତାହା ହୁଏତ ସେମାନଙ୍କର ଦୁର୍ଭାଗ୍ୟ , ଅବା କୁର୍ତ କର୍ମ ର ପରିଣାମ।
ଆଜି ଏପରି ଏକ ଲୋମ ହର୍ଷକ ବାସ୍ତବତା କୁ ମୁଁ ଆପଣ ମାନଙ୍କୁ ପରିବେଷଣ କରୁଛି।  ସେଦିନ ଥିଲା 2 ଅଗଷ୍ଟ । ରାଜା ଆଉ ତା ସାଙ୍ଗ ମାନେ ଯାଇଛନ୍ତି ପାର୍ଟି କରିବାକୁ।
ସମସ୍ତେ ମଦ୍ୟ ନିଶା ରେ ନିଶାସକ୍ତ ହୋଇଥାନ୍ତି ।ବାଟରେ ଆସୁଥିବା ବେଳେ ସେମାନେ ଭୁଲ୍ ରେ ଗୋଟେ ଜଙ୍ଗଲ ରେ ପସି ଗଲେ ସେଇ ରାସ୍ତା ପାଖ ଥିଲା କିନ୍ତୁ କେହି କେବେ ଯାଇ ନ ଥିଲେ ସେହି ବାଟରେ ଗୋଟେ ମଶାଣି ପଡ଼ିଲା । ମଶାଣି ଦେଇ ଗଲା ବେଳେ ସେମାନେ ଦେଖିଲେ - ଗୋଟେ କବର ଉପରେ କେହି ଜଣେ ବସିଛି । 

ତା ନିକଟ କୁ କେହି ଯିବାକୁ ଚାହିଲେ ନାହିଁ ।କି ଏ ହୁଏତ ମୃତ ବ୍ୟକ୍ତି ର ସମ୍ପର୍କ କିୟ ହୋଇଥାଇ ପାରେ , ଯିଏ କି ସେଠି ବସି ତା କଥା ମନେ ପକାଉଛି ।
ଏମିତି ଭାବି ସମସ୍ତେ ଘରକୁ ପଳାଇଲେ । କିନ୍ତୁ ରାଜା ର ସାଙ୍ଗ କହିଲା ସେ ନିଶ୍ଚୟ ସେ ଗୋଟେ ଖରାପ୍ ଶକ୍ତି (ଭୂତ, ପ୍ରେତ ଭଳି) ହେଇଥିବ , ଅନେକ ତା କଥାରେ ସହମତି ପ୍ରକାଶ କଲେ, କିନ୍ତୁ ରାଜା ଭାରି ସାହସୀ ପିଲା ଥିଲା।

ସେ ଭୂତ ପ୍ରେତ ରେ ବିଶ୍ୱାସ କରେନି ,ସେଦିନ ସମସ୍ତେ ଘରକୁ ଚାଲିଗଲେ , କିନ୍ତୁ ରାଜା ମନରେ ତା ସାଙ୍ଗ କହିଥିବା କଥା ଆଖି ଆଗରେ ଛବି ଟି ପରି ଦୂର୍ଶ୍ୟ ମାନ ହେଉ ଥିଲା । ସେ ଶାନ୍ତି ରେ ଶୋଇ ପାରୁ ନଥିଲା କିଛି ଯେମିତି ତାକୁ କିଏ ଡାକୁଛି । ଗୋଟେ ଶକ୍ତି ଯେମିତି ତାକୁ ଟାଣୁଛି ,ନିଜ ଆଡକୁ ।

 ରାଜା ସ୍ଥିର କଲା ଜେ , ସେ ସେହି ମଶାଣି କୁ ଯିବ ।ଆଉ ଦେଖିବ ଏମିତି କଣ ଅଛି ଯିଏ ତାକୁ ଅସ୍ଥିର କରୁଛି । ରାଜା ଆଉ ତା ଭାଇ ରମେଶ ଦୁହେଁ ମିଶି ଗଲେ ସେଇ ମଶାଣି କୁ । ରମେଶ ବି ଭୂତ ରେ ବିଶ୍ୱାସ କରେନି । ସେଇ ବାଟ ଦେଇ ଗଲା
ବେଳେ ଜଣେ ବୁଢୀ ଲୋକ ଯାଉଥିଲା । ତାର ମୁଁହ ଅସ୍ପଷ୍ଟ ଥିଲା , ରାତି ର ଅନ୍ଧକାର ମଧ୍ୟ ରେ ତାହା ଦେଖା ଯାଉନଥାଏ । ସେ ସେହି ବୁଢୀ ଲୋକ କୁ ପଚାରିଲେ - " ମାଉସୀ ଏଇ କବର ପାଖରେ କେହି ଜଣେ ବସିଥିବାର ତମେ ଦେଖିଛ କେବେ " । ସେମାନେ ସେଇ କବର ଆଡ଼କୁ  ଇଙ୍ଗିତ କରି କହିଲେ । 
ବୁଢୀ ଲୋକ ଟି ତାଙ୍କ ଆଡ଼କୁ ଅନାଇ ଡରି ଡରି କହିଲା - " ବାବୁ ରେ ତମେ କାହିଁକି ଏଠିକି ଆସିଲ , ତମେ ଅଜାଣତରେ ମୃତ୍ୟୁ କୁ ଦେଖିଦେଇଛ । ତାକୁ ବହୁତ୍ ଲୋକ ଦେଖୁଛନ୍ତି । କିନ୍ତୁ ଅଳ୍ପ ଲୋକ କୁ ସେ ତା ପାଖକୁ ଡାକେ ( ଯେଉଁମାନେ ତା ଆଡ଼କୁ ଆକର୍ଷିତ ହୋଇଥାନ୍ତି ) ।
ସେମାନଙ୍କ ରକ୍ତ ର ପିପାସା  ପାଇଁ ସେ ସେମାନଙ୍କୁ ନିଜ ଆଡକୁ ଆକର୍ଷିତ କରି ଥାଏ।ତମେ ତୁରନ୍ତ ଚାଲିଯାଅ ଏଠୁ । ସେ କେତେବେଳେ ବି ଆସିପାରେ । ରମେଶ ଓ ରାଜା ଟିକେ ଡରିଗଲେ । ସେ କହିଲେ - " ମାଉସୀ ଭୂତ , ପ୍ରେତ କିଛି ନଥାଏ । ତମେ ଅଯଥା ରେ ଆମକୁ ଡରାଉ ଛ  ଆମେ ସେ ଅନ୍ଧବିଶ୍ୱାସ ରେ ବିଶ୍ବାସ କରୁନା 

ତା ପରେ ବୁଢୀ ଲୋକ ଟି ଉଗ୍ର ଗଳା ରେ କହିଲା - " ସେ ଭୂତ , କି ପ୍ରେତ ନୁହେଁ ସେ ତା ଠାରୁ ବି ଅଧିକ ଭୟଙ୍କର  ।ସେ ହେଉଛି " ରକ୍ତ ପିଶାଚ " | ତମେ ଯୋଉ କବର ଦେଖିଲ , ସେ କବର ନୁହେଁ ସେ ହେଉଛି ତା ମାଂସର ଆଳୟ । 
ଯୋଉଠି ସେ ମାଂସ ଖାଇ କି ଗୋଟେ କବର ଭଳି କରିଦେଇଛି । ତା ପରେ ବୁଢୀ କହିଲା - " ତମେ ମାନେ ଆସିଲା ବେଳେ ବୋଧେ ଗୋଟେ ନିୟମାବଳୀ କୁ ଦେଖୁନ , ଏଠାକୁ ରାତି ୮ ଟା ପରେ ଆସିବା ନିଷିଦ୍ଧ । ରାଜା ର ମନେ ପଡ଼ିଲା ଗୋଟେ ବୋର୍ଡ କୁ ସେ ଆସିବା ବେଳେ ଦେଖୀ ଥିଲା
 ।ଆଉ ଯୋଉ ଦିନ ସେ ସାଙ୍ଗ ମାନଙ୍କ ସହ ଆସିଥିଲା , ସେ ଦିନ ତ ସମସ୍ତେ ମଦ ପି ଥିଲେ ତା ପରେ ବୁଢୀ କହିଲା ତମେ ଯଦି ମୋ କଥା ବିଶ୍ବାସ କରୁନ ତେବେ ମାଂସ ଖଣ୍ଡ ଆଣି ରାତିରେ ସେଇ କବର ପାଖ ରେ ରଖି ଦବ।ଆଉ ସବୁ ଠିକ୍ ବୁଝି ଯିବ ଏଇ ମାଉସୀ କଥା ସତ ନା ମିଛ । 
ଆଉ ଗୋଟେ କଥା ମନ ରଖିଥା ସମସ୍ତେ ପିଶାଚ କୁ ଦେଖି ନ ଥାନ୍ତି । ଯୋଉ ମାନେ ଦେଖି ଛନ୍ତି  ସେମାନଙ୍କୁ ଆଜି ପର୍ଯ୍ୟନ୍ତ କେହି ଦେଖି ନାହାନ୍ତି।
ରମେଶ ଭାବିଲା ବୁଢ଼ୀ ମିଛ କହୁଛି । 
ରାଜା ଆଉ ରମେଶ ମାଂସ ଆଣି ବୁଢୀ କହିବା ଅନୁଯାୟୀ ସେଇ ସ୍ଥାନ ରେ ରଖି ଦେଲେ  ଆଉ ଦୂର ରୁ ଦେଖିଲେ କଣ ହେଉଛି । କିଛି ସମୟ ପରେ ଜଣେ ହୃଷ୍ଟ ପୃଷ୍ଟ ଲୋକ ଟି ଆସିଲା । ସେ ଆସି ସିଂହାସନ ରେ ବସିବା ପରି ସେଠି ବସିଲା ତା ଶରୀର ରେ ବସ୍ତ୍ର ନ ଥିଲା , ଅଘୋରି ମାନଙ୍କ ପରି ଲମ୍ବା ଲମ୍ବା କେଶ , ବିଶାଳକାୟ ବଦନ । 
ରାଜା ଓ ରମେଶ ଦେଖିଲେ ସେ ଲୋକ ଟି ର ମୁଁହ ରକ୍ତାକ୍ତ । ଦେହ ରେ ଚମଡା ନାହିଁ ଖାଲି ମାଂସ , ଲାଗୁଛି ଯେମିତି ମାଂସ ପିଣ୍ଡୁଳା ଟାଏ ।
 ଆଖିରେ ଖାଲି ଧାର ଧାର ରକ୍ତ ବୋହି ଯାଉଛି । ତା ନଖ ବି ତିକ୍ଷ୍ଣକାୟ । ମୁଣ୍ଡ ଟି ରେ ଖପୁରୀ ନାହିଁ , ସେ ବି ମାଂସ ରେ ଖାଲି ହେଇଚି । ଦାନ୍ତ ଗୁଡ଼ିକ ଅସାଧାରଣ ଭାବେ ଲମ୍ବା।
ଯିଏ ଦେଖିବ ଗୋଟେ ମାଂସାଳ ରାକ୍ଷସ କି । କିନ୍ତୁ ସେ ତା ଠାରୁ ବି ଭୟଙ୍କର ଦେଖା ଯାଉଥିଲା । ସେଠାରେ ପଡ଼ିଥିବା ମାଂସ କୁ ସେ ଗୋଟେ ହାତ ରେ ଧରି କଡ ମଡ କରି ଖାଇବାକୁ ଲାଗିଲା । ଯେମିତି କୁକୁର ମାନେ ଜିଭ ଲମ୍ବେଇ ଲାଳ ଗଡ଼େଇ ଖାଇବାକୁ ଟାଣି ଓଟାରି ଖାନ୍ତି , ତା ଠାରୁ ବି ଆହୁରି ହୀନ । ମାଂସ ଖାଇସାରି ସେ ଚାରି ଆଡକୁ ଅନେଇଲା। ଆଖି ପିଛୁଳାକେ ସେ ରାଜା ଆଉ ରମେଶ ର ମୁଁହ ପାଖକୁ ଚାଲି ଆସିଲା । 
ସେଦିନ ବୋଧେ ସେମାନଙ୍କ ମା ' ଓଷା କି ବ୍ରତ ରଖିଥିଲେ , ସେମାନେ ପିଶାଚ କବଳରୁ ବଞ୍ଚି ଗଲେ ଏବଂ ସେମାନେ ଜଲ୍ଦୀ ପ୍ରାଣ ବିକଳରେ ଘରକୁ  ପଳେଇ ଆସିଲେ ।

:-!କିନ୍ତୁ ଥରେ ଯଦି ତମେ ଖରାପ୍ ଶକ୍ତି କୁ ଆହ୍ବାନ କରିଛଓ ତାକୁ ଡାକି ଛ ସେ ନିଶ୍ଚୟ ଆସିବ ଆଉ ତା ମନ ର ଅଭିଳାଷ ପୁରା ନ ହେବା ଯାଏ ସେ ଯିବ ନାହିଁ ।ଠିକ୍ ସେମିତି ହିଁ ହୃଦବିଦାରକ ଘଟଣା ଘଟି  ଥିଲା ରାଜା ଆଉ ରମେଶ ସହ _ପଢନ୍ତୁ_NEXT 2 (ଭାଗ-2) 
  










Comments